ରଜନୀକାନ୍ତ ପଣ୍ଡାଙ୍କର ପୁସ୍ତକ ପ୍ରତି ଦୁର୍ବଳତା ପିଲାଟିବେଳୁ । ପିତା ଦାଶରଥି ପଣ୍ଡା ଜଣେ ପ୍ରସିଦ୍ଧ ପାଲାଗାୟକ ଏବଂ ରଜନୀକାନ୍ତଙ୍କ ସାରସ୍ବତ ଯାତ୍ରାରେ ସେ ଆଦ୍ୟ ପ୍ରେରଣା । କାହାଣୀ ରଚନାରେ ଆଗ୍ରହୀ ରଜନୀକାନ୍ତଙ୍କର ପ୍ରଥମ ଉପନ୍ୟାସ ହେଉଛି 'ସାହାଡ଼ା ସୁନ୍ଦର' । ଏଥିରେ ସାହାଡ଼ା ଗଛକୁ ନେଇ ଆମର ଲୋକ ବିଶ୍ବାସ ଆଧାରରେ ଏକ ପ୍ରେମକାହାଣୀର ପରିକଳ୍ପନା କରିଛନ୍ତି କଥାକାର ରଜନୀକାନ୍ତ । ପାଠକଙ୍କୁ ଏ କାହାଣୀ ଯେତିକି ଆନନ୍ଦ ଦେବ ତାହାଠାରୁ ଅଧିକ ଏକ ଅପସୃୟମାଣ ପରମ୍ପରା ସହ ପରିଚିତ କରାଇବ । ସଂପ୍ରତି ରଜନୀକାନ୍ତ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓର୍ସାକ୍) ଅଧୀନରେ ପ୍ରକଳ୍ପ ବୈଜ୍ଞାନିକ ଭାବେ କାର୍ଯ୍ୟରତ ।