ମଣିଷ ମାରେ ନାହିଁ । ତା' ଶରୀରର ମୃତ୍ୟୁ ହୁଏ ଯାହା। ତାର ମାନେ - ଯିଏ ଅସଲରେ ଭିତରେ ଥିଲା ତା'ର ମୃତ୍ୟୁ ହେଲା ନାହିଁ । *** ଆମେ ଯେଉଁଠାରେ ବସବାସ କରୁଛେ ତାହା ଯଦି "ଇହଲୋକ" କୁହାଯାଏ - ଆଉ କେଉଁ ଏକସ୍ଥାନ ଅଛି ପରଲୋକ ଯେଉଁଠାକୁ ସେ ଚାଲିଗଲେ। ମରିଗଲେ ନାହିଁ । *** ମୋ ମନରେ ସେହି ସନ୍ଧେହ ଉଙ୍କି ମାରୁଛି। ଯେତେବେଳେ ଜଣେ ମଣିଷ ମୃତ୍ୟୁବରଣ କରେ, କେତେକ କୁହନ୍ତି ସେ ଅଛି, ଆଉ କେତେକ କୁହନ୍ତି ସେ ନାହିଁ। ମୁଁ ଏହା ଜାଣିବାକୁ ଚାହେଁ । ଆପଣ ମତେ ଏହି ଶିକ୍ଷାଦାନ କରନ୍ତୁ । ମୃତ୍ୟୁର ରହସ୍ୟ କ'ଣ ? ମୃତ୍ୟୁର ଗୋପନ ତଥ୍ୟ କ'ଣ ? *** ମୁଁ କେଉଁଠାରୁ ଆସିଛି ? ମୁଁ ଯେତେବେଳେ ମରିଯିବି ମୋର କଣ ହେବ ? ମୁଁ କେଉଁଆଡେ ଯିବି ? ମୃତ୍ୟୁ ସେପାରିକୁ ଯାଇ ପରିବାର କିଛି ରାସ୍ତା ମୋ ପାଇଁ ଅଛି କି ? ଏହାହିଁ ଜିଜ୍ଞାସାରେ ଅୟଆରମ୍ଭ ।